This browser does not support the video element.
ନୂଆପଡା: ପଲସଦା ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ
Nuapada, Nuapada | Sep 8, 2025
ପଲସଦା ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆଜି ୪ ଟାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ଅନ୍ୟାନ୍ୟ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ଡିଏଫଓ ଅଜିଜ ଖାନ, ଜିଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲାପାଳ ସୁର୍ମୀ ସୋରେନ, ବିଡ଼ିଓ ସୁଶାନ୍ତ କୁମାର ରଣା,ପଲସଦା ସରପଞ୍ଚ ଚାତୁରୀ ବେହେରା ଓ ସମିତି ସଭ୍ୟ ମାୟାଧର ସୁନାନୀ ପ୍ରମୂଖ ଅତିଥି ଭାବରେ ଯୋଗ ଦେଇ ମନରେଗା ଯୋଜନାରେ କାମ କରିବାସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆହ୍ଵାନ କରି ଦାଦନ ନଯିବାକୁ ପରାମର୍ଶ ଦେଇଥିଲେ।