This browser does not support the video element.
ଆସିକା: ସାହାସପୁର ଗ୍ରାମ ପୋଖରୀ ରେ ବୁଡି ମହିଳା ମୃତ
Asika, Ganjam | Oct 4, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ସାହାସପୁର ଗ୍ରାମ ପୋଖରୀ ରେ ବୁଡ଼ି ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ କ ସେହି ଗ୍ରାମର ୩୫ ବର୍ଷୀୟା ବାସନ୍ତି ମୁନି ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ବାସନ୍ତୀ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ପୋଖରୀ ବୁଡ଼ି ଯାଇଥିଲେ l ତେବେ ଅନ୍ୟ ଜଣେ ମହିଳା ପୋଖରୀକୁ ଗାଧେଇବାକୁ ଯାଇଥିବା ସମୟରେ ବାସନ୍ତୀ ପୋଖରୀ ପାଣିରେ ବୁଡି ରହିଥିବା ଦେଖି ପରିବାର ଲୋକ ଏବଂ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ l ପରେ ସ୍ଥାନୀୟ ଲୋକେ ଅଗ୍ନିଶ୍ରମ ବାହିନୀକୁ ଖବର ଦେବା ପରେ ଅଗ୍ନିଶ୍ରମ ବାହିନୀ ପହଞ୍ଚିଥିଲା l