This browser does not support the video element.
ଲାଞ୍ଜିଗଡ: ଥୁଆମୁଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜଗନ୍ନାଥ ସେବା ସମିତି ପକ୍ଷରୁ ମାତୃ ପିତୃ ସେବା ଅନୁଷ୍ଠିତ
Lanjigarh, Kalahandi | Aug 26, 2025
ମଙ୍ଗଳବାର ଜଗନ୍ନାଥ ସେବା ସମିତି ଧର୍ମଗଡ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ବାର୍ଷିକୋନା ଏବଂ ଇନ୍ଦ୍ରାବତୀ ଉଦଗମସ୍ଥଳ ତଥା ଦେବୀ ମାଁ ମାଣିକେଶ୍ଵରୀଙ୍କ ଆଦିପୀଠ ଥୁଆମୁଳ ଠାରେ ମାତୃ ପିତୃ ପୂଜନ ଅନୁଷ୍ଠିତ ହେଇଯାଇଛି । ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣ ପ୍ରସାଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ସଭ୍ୟ ମାଣିକ୍ୟ ଚନ୍ଦ୍ର ନାଏକ, ଥୁଆମୁଳ ସରପଂଚ ବଳଭଦ୍ର ଜାନୀ ପ୍ରମୁଖ ଉପସ୍ଥିତ ରହି ବୃଦ୍ଧ ବୃଦ୍ଧାଙ୍କ ସେବା କରିବା ସହ ନୁଆଁଖାଇ ପାଇଁ ନୂତନ ଶାଢ଼ୀ ପ୍ରଦାନ କରିଥିଲେ।