This browser does not support the video element.
ଦେବଗଡ: ବିଧାୟକଙ୍କ ତିଲେଇବଣି ବ୍ଲକ ପ୍ରତିନିଧି ହେଲେ ନଗେନ ପଣ୍ଡା, ତିଳେଇବଣି ବ୍ଳକ ସଦର ମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା
Debagarh, Debagarh (Deogarh) | Aug 26, 2025
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବିଧାୟକଙ୍କ ପ୍ରତିନିଧି ଭାବେ ପାଇଁ ନଗେନ ପଣ୍ଡାଙ୍କୁ ନାମ ଘୋଷଣା କରାଯାଇଛି । ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଶ୍ରୀ ପଣ୍ଡାଙ୍କୁ ବ୍ଲକ ପ୍ରତିନିଧି ଭାବେ ମଙ୍ଗଳବାର ଦାୟିତ୍ୱ ଦେଇଛନ୍ତି । ବ୍ଲକ ପ୍ରତିନିଧି ଭାବେ ତାଙ୍କ ନାମ ଘୋଷଣା ହେବା ପରେ ତିଲେଇବଣି ପଂଚାୟତ ସମିତି କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ପ୍ରାୟ ୪ ଟାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠଙ୍କ ସମେତ ବିଜେଡିର ବହୁ କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।