Download Now Banner

This browser does not support the video element.

ଯାଜପୁର: ମହାଷ୍ଟମୀ ପୂଜା ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠ ଚଳଚଞ୍ଚଳ,ମା ଙ୍କ ପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ

Jajapur, Jajpur | Sep 29, 2025
ମହାଷ୍ଟମୀ ପୂଜା ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠ ଚଳଚଞ୍ଚଳ,ମା ଙ୍କ ପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ।ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ମହାଷ୍ଟମୀ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ। ବଡ଼ି ଭୋରୁ ପବିତ୍ର ବୈତରଣୀ ନଦୀରୁ ଜଳ ଅଣାଯାଇ ମା ଙ୍କ ସ୍ନାନ କରାଯାଇଛି। ନବରାତ୍ର ଅବସର ରେ ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ।ଆଜି ହେଉଛି ମା ଙ୍କ ମହାଷ୍ଟମୀ ପୂଜା ।
Read More News
T & CPrivacy PolicyContact Us