This browser does not support the video element.
ଦେବଗଡ: ପାରପୋଷି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିଷ୍ଠା - ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ଶିକ୍ଷକ ତାଲିମ ଶିବିର
Debagarh, Debagarh (Deogarh) | Sep 12, 2025
ସମଗ୍ର ଶିକ୍ଷା ଦେବଗଡ଼ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ତିଳେଇବଣି ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଷ୍ଠା - ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ପଞ୍ଚଦିବସୀୟ ତାଲିମ ଶିବିର ପାରପୋଷି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବା ଦିନ ୪ ଟାରେ ଉଦଯାପିତ ହୋଇଯାଇଛି । ପାଞ୍ଚ ଦିନ ଧରି ଉକ୍ତ ପ୍ରଶିକ୍ଷଣ ଶିବିରରେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ସାଧାରଣ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନଙ୍କୁ ସମାନ ଶିକ୍ଷଣ ଅନୁଭୂତି ଯୋଗାଇଦେବା ଆଦି ତାଲିମ ପ୍ରଦାନ କରିଥିଲେ।