This browser does not support the video element.
ଅନୁଗୋଳ: ଗୁଜୁରାଟି ପଡ଼ାରୁ ଭଡ଼ାଘରୁ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସୁନା ଗହଣା ଚୋରି
Anugul, Angul | Aug 28, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଗୁଜୁରାଟିପଡ଼ାରୁ ଜଣେ ବ୍ୟକ୍ତିଙ୍କ ଭଡା ଘରୁ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସୁନା ଗହଣା ଚୋରି ହୋଇଥିବା ନେଇ ଅନୁଗୋଳ ଥାନାରେ ଗୁରୁବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି।ଛେଣ୍ଡିପଦା ଅଂଚଳର ଜଣେ ମହିଳା ତଙ୍କ ପରିବାର ସହ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେବ ଭଡ଼ାରେ ରହୁଥିଲେ। କିନ୍ତୁ ତାଙ୍କ ଘରୁ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି।