This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ରାଜପୁର ମଣ୍ଡଳ ଠାରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି
Jharsuguda, Jharsuguda | Sep 10, 2025
ଝାରସୁଗୁଡା ଜିଲ୍ଲା ରାଜପୁର ମଣ୍ଡଳ ଠାରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଆଜି ସନ୍ଧ୍ୟା ୬ ଟା ରୁ ୭ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ରୁ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଦିନ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ କୁ ପାଳନ କରିବା ପାଇଁ ଆଜିର ବୈଠକ ରେ ଚର୍ଚ୍ଚା ହୋଇଛି l ବୁଥ ସ୍ତରରେ କାର୍ଯ୍ୟକ୍ରମ କରିବା ପାଇଁ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି l