This browser does not support the video element.
ଦେବଗଡ: ପ୍ରସିଦ୍ଧ ଦେବଗଡ ଗଣେଶ ମେଳା ପାଇଁ କଳସ ଶୋଭାଯାତ୍ରା, ସାମିଲ ହେଲେ ଶତାଧିକ ଭକ୍ତ
Debagarh, Debagarh (Deogarh) | Aug 26, 2025
ଗଣପର୍ବ ଭାବେ ଦେବଗଡ ସହରରେ ପାଳିତ ହୋଇ ଆସୁଥିବା ଗଣେଶ ମେଳା ଆଜି କଳସ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି । ପ୍ରସିଦ୍ଧ ଗଣେଶ ମେଳା ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରଦ୍ଧାଳୁ ଏବଂ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି । ଆଜି ଅପରାହ୍ନରେ ପାରମ୍ପରିକ ପୂଜାର୍ଚ୍ଚନା ସହିତ ଅଧିବାସ ବିଧି ସମ୍ପନ୍ନ ହୋଇଛି । ସନ୍ଧ୍ୟା ୭ ଟାରେ ସଙ୍କିର୍ତନ ମଣ୍ଡଳୀ ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ବିରାଟ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।