Download Now Banner

This browser does not support the video element.

ଢେଙ୍କାନାଳ ସଦର: ପଞ୍ଚୁପଟି ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ନ୍ୟାୟ ପାଇବା ପାଇଁ ଏସପିଙ୍କ ଦ୍ୱାରସ୍ତ ହେଲେ ପରିବାର ଲୋକ

Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଗଣେଶ ପୂଜା ଦିନ ଅପରାହ୍ନରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଯୁବକ ଢେଙ୍କାନାଳ ପରେ କଟକ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ସୂଚନା ମୁତାବକ ସଦର ଥାନା ମୂଳିସିଂ ଗ୍ରାମର ଆଶିଷ କୁମାର ଭଞ୍ଜଙ୍କ ସହିତ ଗତ ଦଶହରା ଭଷାଣୀକୁ ନେଇ ଜଣେ ଯୁବକର ପୁର୍ବ ଶତୃତା ରହିଥିଲା । ସେହି ଯୁବକ ଜଣଙ୍କ ଗଣେଶ ପୂଜା ଦିନ ପଞ୍ଚୁପଟିଠାରେ ଆଶିଷଙ୍କୁ ସାଥିମାନଙ୍କ ସହିତ ମିଶି ଆକ୍ରମଣ କରି ଲହଲୁହାଣ କରି ଦେଇଥିଲେ I ଏହାକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଛି ।
Read More News
T & CPrivacy PolicyContact Us