This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଲକ୍ଷ୍ମୀଡୁଙ୍ଗରି ସ୍ଥିତ କୁଷ୍ଠ ରୋଗୀ ପଡା ବାସୀ ହେଲେ ମହାନଗର ନିଗମ ଅଫିସ ଦ୍ୱାରସ୍ଥ
Sambalpur M, Sambalpur | Sep 2, 2025
ସମ୍ବଲପୁର ଲକ୍ଷ୍ମୀଡୁଙ୍ଗରି ସ୍ଥିତ କୁଷ୍ଠ ରୋଗୀ ପଡା ବାସୀ ହେଲେ ମହାନଗର ନିଗମର ଦ୍ୱାରସ୍ଥ। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ କୁଷ୍ଠରୋଗୀ କଲୋନୀ ବାସିନ୍ଦା ଆଜି ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ ଆନ୍ଦୋଳନ କରିଥିଲେ । କୁଷ୍ଠ ରୋଗୀ ପଡ଼ାକୁ ଯିବା ପାଇଁ ଗୋଟିଏ ଭଲ ରାସ୍ତାଟିଏ ନାହିଁ । ଦୀର୍ଘ ବର୍ଷ ହେବ ଏନେଇ ଏଠିକାର ଲୋକେ ପ୍ରଶାସନକୁ ଜଣାଇ ଆସୁଛନ୍ତି। ହେଲେ ଏମାନଙ୍କ କଥା କେହି ଶୁଣୁନଥିଲେ l ତେବେ ଆଜି ମହାନଗର ନିଗମ କମିଶନରନଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି l