This browser does not support the video element.
ଛତ୍ରପୁର: ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ପାନ ଗୁଟଖା ବିକ୍ରି, ସହରର ୪୪ଟି ଦୋକାନରେ ପୁଲିସ ଚଢଉ
Chhatrapur, Ganjam | Sep 2, 2025
ଶିକ୍ଷାନୁଷ୍ଠାନ ନିକଟରେ ପାନ, ଗୁଟଖା ଓ ସିଗାରେଟ ଭଳି ମାଦକଦ୍ରବ୍ୟ ବିକ୍ରି କରିବା କୋଟପା ଆଇନ ଅନୁସାରେ ନିଷିଦ୍ଧ କରାଯାଇଛି। ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ଜରିଆରେ ଏହି ଆଇନର କଡାକଡି ପାନ ପାଇଁ ପଦକ୍ଷେପ ନିଆଯାଉଛି। ମଂଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ପୁଲିସ ପକ୍ଷରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଦୋକାନ ଖୋଲି ପାନ, ଗୁଟଖା ବିକ୍ରି କରୁଥିବା ୪୪ଟି ଦୋକାନରେ ଚଢାଉ କରାଯାଇଛି।