This browser does not support the video element.
ହିନ୍ଦୋଳ: ୫୫ ଜାତୀୟ ରାଜପଥରୁ ନକଲି ସଡ଼କ ସୁରକ୍ଷା ଅଧିକାରୀମାନଙ୍କ ୮ ଜଣିଆ ଗ୍ୟାଙ୍କ୍କୁ ଗୀରଫ କଲା ମୋଟଙ୍ଗା ପୋଲିସ
Hindol, Dhenkanal | Sep 4, 2025
ସଡକ ସୁରକ୍ଷା ଅଧିକାରୀ ଭଳି ଡ୍ରେସ ପିନ୍ଧି କର୍ତ୍ତୃପକ୍ଷଙ୍କ ଭଳି ରସିଦ୍ ଦେଇ ଟଙ୍କା ଆଦାୟ କରୁଥିଲେ। ଅଗ୍ନିନିରାପତ୍ତା ଓ ପ୍ରାଥମିକ ଚିକିତ୍ସା କିଟ୍ ନଥିଲେ ତାଗିଦ୍ କରି ତାହା ବିକ୍ରି କରୁଥିଲେ। ଏପରି ଅଭିଯୋଗ ପାଇ ମୋଟଙ୍ଗା ଥାନା ପୁଲିସ ଉକ୍ତ ଗ୍ୟାକ୍କୁ କାବୁ କରିଛି। ୮ ଜଣ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମସ୍ତଙ୍କ ଘର ଦିଲ୍ଲୀ ଓ ଉତ୍ତପ୍ରଦେଶ, ବିହାର ବୋଲି ଜଣାଯାଇଛି। ବିହାରରୁ ମାଷ୍ଟରମାଇଣ୍ଡ ଏମାନଙ୍କୁ ଦୈନିକ ୭ ଶହ ଟଙ୍କା ମଜୁରି ଦେଇ ଏଭଳି କାମରେ ଲଗାଇଥିବା ସେମାନେ ପୁଲିସ ଆଗରେ ସ୍ଵିକାର କରିଛନ୍ତି।ପୁଲିସ ମୁଖ୍ୟକୁ ଧରିବାକୁ ତଦନ୍ତ ଚଳାଇଛି।