This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ନିକଟରେ ରାଜସ୍ୱ ଅମଲା ସଂଘ ଆନ୍ଦୋଳନକୁ ପୁର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ସମର୍ଥନ
Koraput Town, Koraput | Aug 22, 2025
ବିଭିନ୍ନ ଦାବୀ ପୂରଣ ପାଇଁ ରାଜସ୍ଵ ଅମଲା ସଂଘ ଆଜିକୁ ୧୨ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅମଲା ସଂଘ ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ ବରିଷ୍ଠ ବିଜେଡି ନେତା ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଆନ୍ଦୋଳନ ସ୍ଥାନରେ ପହଞ୍ଚି ସମର୍ଥନ ଜଣାଇଛନ୍ତି। ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସହ ବିଜେଡ଼ି ନେତା ଓ କର୍ମୀ ରାଜସ୍ବ ଅମଳା ସଂଘ ଧାରଣା ସ୍ଥଳକୁ ଯାଇ ଅମଳା ମାନଙ୍କ ସହ ଆଲୋଚନା କରିଥିଲେ ।