This browser does not support the video element.
କଟକ ପୌରାଞ୍ଚଳ: କେଣ୍ଟାଳ ଗ୍ରାମରେ ଜଣଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା, ଅଭିଯୁକ୍ତକୁ ଗିରଫ କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ
Cuttack M Corp PS, Cuttack | Aug 23, 2025
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କେଣ୍ଟାଳ ଗ୍ରାମରେ ଜଣଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିବା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବିଜୟ ପ୍ରଧାନ। ଏ ନେଇ ଶନିବାର ରାତି ୯ ଟା ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଗତବର୍ଷ ଡ଼ିସେମ୍ବର ମାସରେ ଅଭିଯୁକ୍ତ ଜଣକ କେଣ୍ଟାଳ ଗ୍ରାମରେ ପ୍ରମିଳା ପ୍ରଧାନଙ୍କ ଘରେ ପଶି ଚୋରି କରି ଫେରାର ହୋଇଯାଇଥିଲା।