This browser does not support the video element.
ବୌଦ୍ଧ ସଦର: ବୁରଗୋରାରେ ରାସ୍ତା ଉପରେ ଭାଙ୍ଗି ପଡିଥିବା ତେନ୍ତୁଳି ଗଛକୁ ଅଗ୍ନିଶମ ବାହିନୀ କାଟିବା ପରେ ଯାତାୟାତ ସ୍ବାଭାବିକ
Baudh Sadar, Boudh (Bauda) | Sep 2, 2025
ମଙ୍ଗଳବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ଟିକର ପଡା ଗ୍ରାମ ପଞ୍ଚାୟତର ବିରିଗଡ-ମଲ୍ଲିକ ପଡା ରାସ୍ତାର ବୁରଗୋରା ନିକଟରେ ରାସ୍ତା ଉପରେ ଭାଙ୍ଗି ପଡିଥିବା ତେନ୍ତୁଳି ଗଛକୁ ଅଗ୍ନିଶମ ବାହିନୀ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ରାସ୍ତା କଡରେ ଥିବା ଏକ ତେନ୍ତୁଳି ଗଛର ବିରାଟ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇ ଯାଇଥିଲା l ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ସନ୍ଧ୍ୟାରେ ପହଞ୍ଚି ଡାଳ କାଟି ରାସ୍ତା ପରିଷ୍କାର କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି |