This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଏନଏସି ବାଲିଗାଁ ବାମଦେବପୁର ଶାସନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
Bhadrak Rural, Bhadrak | Apr 12, 2024
ଚାନ୍ଦବାଲି ଏନଏସି ବାଲିଗାଁ ଅନ୍ତର୍ଗତ ବାମଦେବପୁର ଶାସନରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ସ୍ଵର୍ଣ୍ଣଲତା ମିଶ୍ରଙ୍କ ଦୁଇ ବଖରା ଚାଲ ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଘରେ ଥିବା ଧାନ ଓ ଚାଉଳ ପୋଡି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଳାବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଛି।