This browser does not support the video element.
କୋରାପୁଟ ସହର: ଡେଙ୍ଗା ଜାନି ଗୁଡ଼ା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ
Koraput Town, Koraput | Sep 2, 2025
ନାଲକୋର ରେଡ୍ ମଡ ପଣ୍ଡ କୁ ନେଇ ଡେଙ୍ଗା ଜାନି ଗୁଡ଼ା ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରିବା ପରେ ଆଜି ଅପରାହ୍ନ ୪ଟା ସମୟରେ ଗ୍ରାମକୁ କୋରାପୁଟ ଉପ ଜିଲ୍ଲାପାଳ ପ୍ରେମ ଲାଲ୍ ହିଆଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପଜିଲ୍ଲାପାଳଙ୍କ ସାଥିରେ ପ୍ରଦୂଷଣ ବୋର୍ଡର ଅଧିକାରୀ , ନାଲକୋ କର୍ତୁପକ୍ଷ ଉପସ୍ଥିତ ଥିଲେ। ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ବିସ୍ଥାପିତ ଘୋଷଣା କରିବାକୁ ଉକ୍ତ ଅଧିକାରୀ ମାନଙ୍କ ନିକଟରେ ଦାବି କରିଥିଲେ ଗ୍ରାମବାସୀ।