This browser does not support the video element.
ଅନୁଗୋଳ: ସୁଲେଇମାଳ ଗାଁରେ ବାର୍ହା ଆକ୍ରମଣରେ ଜଣେ ଗୁରୁତର
Anugul, Angul | Aug 24, 2025
ନାଲକୋ ନଗର ଥାନା ଅନ୍ତର୍ଗତ କୁରୁଡୁଲ ପଞ୍ଚାୟତ ସୁଲେଇମାଳ ଗାଁର ମନୁ ନାଏକ (୫୨) ଙ୍କୁ ଆଜି ସନ୍ଧ୍ୟା ସମୟରେ ଜନ୍ତୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ରେ ନିଜ ବଗିଚାକୁ ଯାଇଥିଲେ। ହଠାତ ଏକ ଜଙ୍ଗଲି ଜନ୍ତୁ ବାରାହା ବଗିଚା ଭିତରକୁ ପଶି ଆସି ଡାହାଣ ହାତକୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳ ରେ ବଗିଚା ଭିତରେ ପଡ଼ି ଯିବାରୁ ସ୍ଥାନୀୟ ପଡୋଶୀ ଆସି ଉକ୍ତ ଜଂଗଲୀ ଜନ୍ତୁକୁ ଘଉଡାଇବା ପରେ ଆହତ ଙ୍କୁ ଜିଲ୍ଲା ଚିକିତ୍ସାଲୟକୁ ନେଇ ଚିକିତ୍ସିତ କରିଥିଲେ।ବୃଦ୍ଧଙ୍କ ଅବସ୍ଥା ସୁସ୍ଥ ଥିବା ପରେ ନିଜ ଘରକୁ ଫେରିଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି।