Download Now Banner

This browser does not support the video element.

ବିଞ୍ଝାରପୁର: ଧର୍ମଶାଳା ବ୍ଲକ ପରିସରରୁ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି କରାଯାଇଥିବା ସୂଚନା

Binjharpur, Jajpur | Jul 25, 2024
ଯାଜପୁର ଧର୍ମଶାଳା ବ୍ଳକ ପରିସରରୁ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିମୂର୍ତିକୁ ସ୍ଥାନାନ୍ତର ନେଇ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବୀ କରାଯାଇଛି। ଅଭିଯୋଗ ମୁତାବକ ବ୍ଲକ ପରିସରରେ କେଉଁ ଆଇନ ବଳରେ ବା କେଉଁ ଆଧାରରେ ପୂର୍ବତନ ମନ୍ତ୍ରୀଙ୍କ ପ୍ରତିମୂର୍ତି ଏଠାରେ ସ୍ଥାପନ କରାଗଲା ଏହାର ବିଦ୍ଧିବଧ ତଦନ୍ତ କରିବାକୁ ଦାବୀ ହୋଇଛି। ଯଦି ଏଥିରେ କୌଣସି ଅନିୟମିତତା ହୋଇଛି ତା ହେଲେ ଉକ୍ତ ପ୍ରତିମୂର୍ତିକୁ ସେଠାରୁ ହଠାଇବାକୁ ଦାବୀ କରାଯାଇଛି। ଆଜି ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us