Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଷଡ଼ଙ୍ଗୀ ରେଞ୍ଜ ପର୍ବତକଣି ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଗାଈର ମ୍ରୃତ୍ୟ

Dhenkanal Sadar, Dhenkanal | Aug 13, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଷଡ଼ଙ୍ଗୀ ରେଞ୍ଜ ପର୍ବତକଣି ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଗ୍ରାମର କାଶୀନାଥ ସାହୁଙ୍କ ଗାଇର ମ୍ରୃତ୍ୟ ହୋଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତ୍ରୀରେ କାଶୀନାଥଙ୍କ ଗାଈଟି ଘର ସମ୍ମୁଖରେ ଖୁଣ୍ଟରେ ବନ୍ଧା ଯାଇଥିଲା। ବିଳମ୍ବିତ ରାତିରେ ଗୋଟିକିଆ ଦନ୍ତାହାତୀ ଗ୍ରାମ ମଧ୍ୟରେ ପ୍ରବେଶ କରି କାଶୀନାଥଙ୍କ ଗାଈକୁ ଆକ୍ରମଣ କରିଥିଲା। ଗାଈର ଶରୀରରେ ବିଭିନ୍ନ ସ୍ଥାନରେ ହାତୀର ଦାନ୍ତ ଗଳିଯିବା କାରଣରୁ ପ୍ରବଳ ରକ୍ତସ୍ରାବ ହୋଇ ଗାଈର ମ୍ରୃତ୍ୟ ହୋଇଥିବା ଜଣାଯାଇଛି।
Read More News
T & CPrivacy PolicyContact Us