This browser does not support the video element.
ଦେବଗଡ: ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
Debagarh, Debagarh (Deogarh) | Sep 13, 2025
ଦେବଗଡ ଜିଲ୍ଲା ନ୍ୟାୟାଳୟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଦେବାଶିଷ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବଗଡର ସମସ୍ତ କୋର୍ଟ ସହ ବିଭିନ୍ନ ବ୍ୟାଙ୍କ ଓ ବିଦ୍ୟୁତ୍ ବିଭାଗ ଉକ୍ତ ଲୋକ ଅଦାଲତରେ ଭାଗ ନେଇଥିଲେ । ଏହି ଲୋକ ଅଦାଲତରେ ୧୦ ଟି ସଡକ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧ କୋଟି ୪୦ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ବିଚାର ଯୋଗ୍ୟ ୮୧ ଟି ଫୌଜଦାରୀ ମାମଲା ଫଇସଲା କରାଯାଇଥିଲା ଏବଂ ୧ ଏନଆଇ ଆକ୍ଟ ମାମଲାର ଫଇସଲା ହୋଇ ୫ ଲକ୍ଷ ଟଙ୍କା ଆଦାୟ ହୋଇଛି।