This browser does not support the video element.
ପୋଲସରା: ପୋଲସରା ଓ ବୁଗୁଡ଼ା ଏନଏସି ରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ,ପୋଲସରା ଏନଏସି କୁ ମ୍ୟୁନିସିପାଲଟି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ
Polasara, Ganjam | Aug 31, 2025
ଆଜି ହେଉଛି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ l ଏହୁ ଦିବସ ବହୁ ଆଡମ୍ବର ସହକାରେ ବିଭିନ୍ନ ଏନଏସି ରେ ପାଳନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ଏବଂ ବୁଗୁଡ଼ା ଏନଏସି ରେ ପାଳିତ ହୋଇଯାଇଛି l ବୁଗୁଡ଼ା ଏନଏସି ରେ ଆଜି ସକାଳୁ ପତକା ଉତ୍ତଳନ ପରେ ପୋଷାକ ବଣ୍ଟନ ଏବଂ ମଧ୍ୟାହ୍ନ ରେ କାର୍ଯ୍ୟାଳୟ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସେହିଭଳି ପୋଲସରା କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ପ୍ରାତଃ ରାମଧୂନ ସହ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ, ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l