This browser does not support the video element.
ଫୁଲବାଣୀ ସହର: ଗୁଦାରି ଗାଁ ପାଖରେ ଥିବା ଜଙ୍ଗଲରେ ମିଳିତ ଚଢ଼ଉ, ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ
Phulabani Town, Kandhamal | May 4, 2024
ଆଜି ଅର୍ଥାତ ଶନିବାର ସକାଳ ୬ଘଣ୍ଟିକା ରୁ ୭ଘଣ୍ଟିକା ସମୟରେ ମଧ୍ୟରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗୁଦାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ପୋଲିସ, ଅବକାରୀ ବିଭାଗ, ବନବିଭାଗ ଓ ପରିବହନ ବିଭାଗ ମିଳିତ ଭାବରେ ଚଢ଼ାଉକରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ ସେହି ଜାଗାରୁ ବିପୁଳ ପରିମାଣରେ ମହୁଲ ପୋଚ ସହ ୨୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି I ତେବେ ଜବତ ମଦ ଓ ପୋଚ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I