This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ପ୍ରଭାବଶାଳୀ ଗୋଷ୍ଠୀଙ୍କ ଦଖଲରେ ୩୦ଏକର ଜଙ୍ଗଲ ଜମି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ଘାଟୁ ଆଳିଗୁଡା ଗ୍ରାମବାସୀ
Nabarangapur PS, Nabarangpur | Aug 25, 2025
ପ୍ରଭାବଶାଳୀ ଗୋଷ୍ଠୀଙ୍କ ଦଖଲରେ ୩୦ଏକର ଜଙ୍ଗଲ ଜମି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ଘାଟୁ ଆଳିଗୁଡା ଗ୍ରାମବାସୀ କୋଡିଙ୍ଗା ଥାନା ଘାଟୁଆଳିଗୁଡା ଗାଁରେ ୩୦ଏକର ଜଙ୍ଗଲ ଜମିକୁ ଗାଁର ପ୍ରଭାବଶାଳୀ ଗୋଷ୍ଠୀ ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ଏନେଇ ଗାଁର ନୀଳକଣ୍ଠ ମାଝୀ, ଗୁପ୍ତମାଝୀ, ଶଙ୍କର ବିଷୋୟୀ, ଡମୁଭତ୍ରା, ସୁକମନ ଭତ୍ରା ପ୍ରମୁଖ ମୂଳନିବାସୀ ବିକାଶ ପରିଷଦ ଅଧ୍ଯକ୍ଷ ଚନ୍ଦ୍ରଧ୍ଵଜ ମାଝୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତିଯେ, ଘାଟୁଆଳିଗୁଡା ଗାଁରେ ପୁରୁଷ ପୁରୁଷ ଧରି ୩୦ଏକର ଜଙ୍ଗଲ ଜମି ରହିଛି।