Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ଆସନ୍ତା ୨ ଦିନ ପାଇଁ ୟେଲୋ ଆଲର୍ଟ ଜାରି

Debagarh, Debagarh (Deogarh) | Oct 7, 2025
ଦେବଗଡ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଆସନ୍ତା ୨ ଦିନ ପାଇଁ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏଥିସହ ଆଜି ଠାରୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହିତ ଘଂଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ସୋମବାର ଦିନ ପ୍ରାୟ ୨ ଟାରେ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ଏନେଇ ସୂଚନା ମିଳିଛି ।
Read More News
T & CPrivacy PolicyContact Us