This browser does not support the video element.
କଟକ ପୌରାଞ୍ଚଳ: ବଡ଼ସାମନ୍ତରାପୁରରୁ ବେଆଇନ ୧୧୦ ଲିଟର ଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ
Cuttack M Corp PS, Cuttack | Aug 25, 2025
କଟକ ଜିଲ୍ଲା ଚୌଦ୍ଵାର ଥାନା ଅର୍ନ୍ତଗତ ବଡ଼ସାମନ୍ତରାପୁରରୁ ବେଆଇନ ୧୧୦ ଲିଟର ଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ। ଗିରଫ ଦେଶୀ ମଦ ବେପାରୀ ହେଲେ ଗଣେଶ ସାମଲ ଓ ଅଶୋକ ସାହୁ। ଏ ନେଇ ସୋମବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଦୁଇ ଅଭିଯୁକ୍ତଙ୍କୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ରବିବାର ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ଥାନା ପୋଲିସ ଚଢ଼ାଉ କରି ଏହି ବେଆଇନ ଦେଶୀ ମଦ ଜବତ କରିଥିଲା।