This browser does not support the video element.
ବୌଦ୍ଧ ସଦର: ତେଲିବନ୍ଧ ପାଖ ରଜା ମୁଣ୍ଡା ନିକଟରେ 8 ଟିକିଆ ହାତୀ ପଲ, ଜଗି ରହିଛି ବନ ବିଭାଗ
Baudh Sadar, Boudh (Bauda) | Aug 27, 2025
ବୁଧବାର ଦିନ ଜାତୀୟ ରାଜପଥ ନଂ 57 ଠାରୁ ଅଳ୍ପ ଦୂରରେ ତେଲିବନ୍ଧ ରଜା ମୁଣ୍ଡା ନିକଟରେ 8 ଟିକିଆ ହାତୀ ପଲ ଅଟକି ରହିଥିବା ବେଳେ ବନ ବିଭାଗ ହାତୀ ପଲକୁ ଜଗି ରହିଛି | ଗତକାଲି ରାତିରେ ଡମ୍ବରୁ ଗଡ ନିକଟରେ ତିନି ଦିନ ଧରି ରହିଥିବା ହାତୀ ପଲକୁ ଘୌଡାଇବାକୁ ବନ ବିଭାଗ ଉଦ୍ୟମ କରିଥିବା ବେଳେ ଆଜି ସକାଳେ ହାତୀ ପଲ ତେଲିବନ୍ଧ ନିକଟ ରଜା ମୁଣ୍ଡା ବନ୍ଧ ଲଟା ବୁଦା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି l ଉକ୍ତ ସ୍ଥାନର ଚତୁଃ ପାର୍ଶ୍ବରେ ବଡ ବଡ ଜନ ବସତି ଗୁଡିକ ଥିବାରୁ ଓ ଲୋକଙ୍କ ଗହଳି ଚହଳି ଯୋଗୁଁ ହାତୀ ପଲ ଛପି ରହିଛନ୍ତି l