Download Now Banner

This browser does not support the video element.

ଦେବଗଡ: କଲା ଗ୍ରାମ ନିକଟରେ ବାଇକ ଧକ୍କାରେ ଜନୈକା କଲେଜ ଛାତ୍ରୀ ଗୁରୁତର

Debagarh, Debagarh (Deogarh) | Sep 6, 2025
ବାରକୋଟ ଥାନା କଲା ଗ୍ରାମ ନିକଟରେ ବାଇକ ଧକ୍କାରେ ଜନୈକା କଲେଜ ଛାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର କଲେଜ ଛାତ୍ରୀ ପେଟପୁରା ଗ୍ରାମର ବିନୋଦ ସେଠୀଙ୍କ ଝିଅ ରୂପାଲି ସେଠୀ ବୋଲି ଜଣାପଡିଛି । ରୂପାଲି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଦୃତଗତୀରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ରୂପାଲି ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିବା ବେଳେ ବାଇକ ସହିତ ଉକ୍ତ ଚାଳକ ମଧ୍ୟ ରାସ୍ତାରେ ଛିଟିକି ପଡି ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବାଇକ ଚାଳକ ଏବଂ କଳେଜ ଛାତ୍ରୀଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନା ଅଣାଯାଇଥିଲା ।
Read More News
T & CPrivacy PolicyContact Us