This browser does not support the video element.
ଜି ଉଦୟଗିରି: ଜନ୍ମାଷ୍ଟମୀ ପାଇଁ ଦାରିଙ୍ଗବାଡ଼ିରେ ପୋଲିସର ପଇଁତରା, ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ନିୟୋଜିତ ।
G Udayagiri, Kandhamal | Aug 25, 2024
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜନ୍ମାଷ୍ଟମୀ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ଗ୍ରାମରେ ରହିଥିବା ଚର୍ଚ୍ଚ ସମ୍ମୁଖରେ ପୋଲିସ ପଇଁତରା ମାରୁଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି କ୍ରମରେ ଦାରିଙ୍ଗବାଡ଼ି ଥାନା ଆଇଆଇଆସି ରମେଶ ପ୍ରଧାନ ଏବଂ ବ୍ରାହ୍ମଣୀଗାଁ ଥାନାଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ସିମନବାଡ଼ି, ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ, ଗଦାପୁର ଆଦି ଅଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରାଯାଇଛି।