Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୂଳ ରାମପୁର ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ସ୍ବତନ୍ତ୍ର ସଚିବ

Lanjigarh, Kalahandi | Aug 21, 2025
ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ସ୍ବତନ୍ତ୍ର ସଚିବ I A S ତେମଜେନ ୱାପାଙ୍ଗ ଗୁରୁବାର କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଅପରାହ୍ନ ୫ଟାବେଳେ ଫେରିଛନ୍ତି। ବ୍ଲକର ସାଇସୁରୁନି ସ୍ଥିତ ଉପସ୍ବାସ୍ଥ୍ୟ କେନ୍ଦ୍ରର ମାଆ ଗୃହ ପରିଦର୍ଶନ କରିବା ସହିତ ଏଠାରେ ବ୍ୟବହୃତ ବାଇକ୍ ଆମ୍ବୁଲାନ୍ସର ଉପଯୋଗୀତା ଉପରେ ବୁଝିଥିଲେ। ଏହାପରେ ଶ୍ରୀ ଓ୍ବାପାଙ୍ଗ କାଣିଗୁମାର ନୂତନ କଫି ଉଦ୍ୟାନ ପରିଦର୍ଶନ କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ରେ ଥିବା ସ୍ଥାନୀୟ ମହିଳା ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us