This browser does not support the video element.
ଯାଜପୁର: ବ୍ରହ୍ମପୁରରେ ଆଇନୀଜୀବୀଙ୍କୁ ହତ୍ୟା ଘଟଣା,ନ୍ୟାୟ ଦାବିରେ ଯାଜପୁର ରୋଡ କୋର୍ଟ ଆଇନୀଜୀବୀଙ୍କ କଲମଛାଡ଼ ଆନ୍ଦୋଳନ ଜାରି
Jajapur, Jajpur | Oct 8, 2025
ବ୍ରହ୍ମପୁରରେ ଆଇନୀଜୀବୀଙ୍କୁ ହତ୍ୟା ଘଟଣା,ନ୍ୟାୟ ଦାବିରେ ଯାଜପୁର ରୋଡ କୋର୍ଟ ଆଇନୀଜୀବୀଙ୍କ କଲମଛାଡ଼ ଆନ୍ଦୋଳନ ଜାରି l ସୂଚନା ଅନୁଯାୟୀ ବ୍ରହ୍ମପୁରର ବରିଷ୍ଠ ଆଇନୀଜୀବୀ ପୀତବାସ ପଣ୍ଡାଙ୍କୁ ସନ୍ଧ୍ୟା ସମୟରେ କିଛି ଦୁର୍ବୁତ୍ତ ଗୁଳି ମାରିଥିଲେ l ଏହି ଗୁଳିକାଣ୍ଡ ଫଳରେ ବରିଷ୍ଠ ଆଇନୀଜୀବୀ ପୀତବାସ ପଣ୍ଡାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ ହେଇଥିଲା l ଏହି ଘଟଣାକୁ ଏହା ଭିତରେ ତିନିଦିନ ବିତିଗଲାଣି ମାତ୍ର ଆଜି ସୁଦ୍ଧା ଶ୍ରୀ ପଣ୍ଡାଙ୍କୁ ଗୁଳି ମାରିଥିବା ଦୁର୍ବୁତ୍ତ ମାନେ ଧରା ପଡି ନାହାନ୍ତି l