This browser does not support the video element.
ନର୍ଲା: ଠିକାଦାରଙ୍କ ଭାଇର ଦାଦାଗିରି, ମିଥ୍ୟା ବିଲ୍ ପାସ କରିବା ପାଇଁ ହତ୍ୟା ଧମକ, ଏମ ରାମପୁର ଥାନାରେ ମାମଲା।
Narala, Kalahandi | Sep 11, 2025
ଏମ ରାମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପିସ୍ତଲ ଦେଖାଇ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ହତ୍ୟା ଧମକ ଦେଇଛନ୍ତି କଣ୍ଟାବାଞ୍ଜିର ଜଣେ ଠିକାଦାର ଆକାଶ ଅଗ୍ରୱାଲଙ୍କ ଭାଇ ନୀଲେଶ ଅଗ୍ରୱାଲ।। ହତ୍ୟା ଧମକ ପରେ ଏମ ରାମପୁର ଥାନାରେ ଏତଲା ହୋଇଛି। ଏ ଆର ଏନ ଏସ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ଼ ଠିକା ସଂସ୍ଥାର ମାଲିକ ଆକାଶ ଅଗ୍ରୱାଲ ଏମ ରାମପୁର ର ପାଜୀବାହଲି ଛକ ଠାରୁ ମୋହନଗିରି, ଭାଟେଲ ଗାଁ ଛକ ଠାରୁ ବାଲିପଡା, ପଲମ ଗାଁ ଠାରୁ ରୁପ୍ରା,ନର୍ଲା ଠାରୁ ଭୁର୍ତିଗଡ ଯାଏଁ ପ୍ରାୟ ଶହେ କୋଟି ଟଙ୍କାର ରାସ୍ତା କାମ ନିର୍ମାଣ ଚାଲିଛି।