This browser does not support the video element.
ଭୋଗରାଇ: ଅଞ୍ଚଳରେ ବନ୍ୟାର ପ୍ରଭାବ, ଆରୁହାବର୍ତି ଠାରେ ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ତହସିଲଦାର
Bhograi, Balasore | Aug 27, 2025
ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀରେ କମୁଛି ଜଳସ୍ତର । କିନ୍ତୁ ଗାଁରୁ ଛାଡ଼ୁନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ନଦୀରେ ପାଣି ଯେତେ ଛାଡ଼ୁଛି ଗାଁ ଦାଣ୍ଡରେ ପାଣି ସେତେ ବଢୁଛି । ତାରି ଭିତରେ ଭୋଗରାଇର କୁସୁଡ଼ା ,ଗବଗାଁ, ମନୁନଗର, କୁମ୍ଭୀରଗଡି, ଆରୁହାବୃତ୍ତି , କଚୁଆଡ଼ି ଆଦି ଗାଁର ଦୁର୍ଦ୍ଦଶା କଥା କହିଲେ ନସରେ । ବନ୍ୟା ପାଣି ମାଡ଼ିବା ଆରମ୍ଭରୁ କୋଉଠି ଲୋକଙ୍କ ଘରେ ଚୁଲି ଜଳିନୀ ତ ଆଉ କୋଉଠି ଗୃହ ପାଳିତ ପଶୁଙ୍କ ସହିତ ଦିନ ରାତି କାଟି ବାକୁ ପଡୁଛି । ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର ।