This browser does not support the video element.
ରଣପୁର: ରାଜସୁନାଖଳାକୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବିର ଚତୁର୍ଥ ଦିନରେ ଏଡିଏମ୍ ଙ୍କ ପ୍ରତିଶୃତି ପରେ ଭଙ୍ଗକଲେ ଆମରଣ ଅନଶନ
Ranapur, Nayagarh | Mar 22, 2024
ନୟାଗଡ଼ ଜିଲ୍ଲା ରାଜସୁନାଖଳା କୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବିରେ ୪ଦିନଧରୀ ଆମରଣ ଅନଶନରେ ବସିଥିବା ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଆଜି ଏଡିଏମ୍ ରୋଜିନା ଦାସ ଏନ୍ଏସି ମାନ୍ୟତା ପ୍ରଦାନ ସମ୍ପର୍କରେ ପ୍ରତିଶୃତି ଦେବା ସହ ଶ୍ରୀ ପ୍ରଧାନଙ୍କୁ ଗ୍ଲୁକୋଜ ପିଆଇ ଅନଶନ ଭଙ୍ଗ କରିଥିବା ଜଣାପଡିଛି।ଆଜି ଦ୍ବିପ୍ରହର ସମୟରେ ରଣପୁର ବିଡ଼ିଓ, ତହସିଲଦାର ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କ ସମେତ କଂଗ୍ରେସ ନେତା ବିଭୁ ପ୍ରସାଦ ମିଶ୍ର ମଧ୍ୟ ଭେଟି ଥିବା ଜଣାପଡିଛି।ଏହି ଆମରଣ ଅନଶନକୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସହଯୋଗ କରିଥିଲେ।