This browser does not support the video element.
ପଟ୍ଟାଙ୍ଗୀ: ନାଲକୋ ରେଡ୍ ମଡ ପଣ୍ଡକୁ ବିରୋଧ କରି ବିସ୍ଥାପିତ ଘୋଷଣା କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଡେଙ୍ଗା ଜାନି ଗୁଡ଼ା ଗ୍ରାମବାସୀ
Pottangi, Koraput | Sep 1, 2025
ଡେଙ୍ଗା ଜାନି ଗୁଡାର ସରୁନି ଦୁଃଖ। ଗ୍ରାମ ନିକଟରେ ନାଲକୋ ପକ୍ଷରୁ ନୁତନ ରେଡମଡ ପଣ୍ଡ ନିର୍ମାଣ ଯୋଗୁଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରେଡ ମଡ ପଣ୍ଡରୁ ନିର୍ଗତ ପାଣି ସ୍ଥାନୀୟ ଅଞ୍ଚଳରେ ଦୁଶିତ ପରିବେଶ ସୃଷ୍ଟି କରୁଛି ଗାଇ ଗୋରୁ ପୋକ ମାଛି ଭଳି ମରୁଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ବାରମ୍ବାର ଅଭିଯୋଗ ସହ କୋରାପୁଟ ସାଂସଦ ସହ ଲକ୍ଷ୍ମୀପୁର ବିଧାୟକ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରୁଥିବା ବେଳେ ନାଲୋକ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରୁ ନଥିବା ଅଭିଯୋଗ କରି ଆଜି ଦିନ ୨ଟାରେ କୋରାପୁଟ ଠାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି