This browser does not support the video element.
ଅନୁଗୋଳ: ମହିଧରପୁର ଅଞ୍ଚଳରେ ନଳକୂପ ଖନନ ବେଳେ ବେକରେ ଲୁହା ବାଜି ଜଣେ ଗୁରୁତର
Anugul, Angul | Aug 26, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁରରେ ନଳକୂପ ଖୋଳୁଥିବା ବେଳେ ବେକରେ ଲୁହା ବାଜି ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଗୁନୁ ପଡିଆମି ନାମକ ଜଣେ ବ୍ୟକ୍ତି ଜେନା ବୋରୱେଲରେ କାମ କରନ୍ତି। ଆଜି ସକାଳେ ମହିଧରପୁର ଅଞ୍ଚଳରେ ନଳକୂପ ଖୋଳୁଥିବା ବେଳେ ବେକରେ ଲୁହା ବାଜିଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ କାମ କରୁଥିବା ସହଯୋଗୀ ଓ ସ୍ଥାନୀୟ ଲୋକ ମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।