This browser does not support the video element.
କେନ୍ଦୁଝର ସହର: ମହୁମାଛି ଆକ୍ରମଣରେ ଝିଅ ଗୁରୁତର ମା' ଆହତ ଘସିପୁରା ଥାନା ଅଞ୍ଚଳର ଘଟଣା
Kendujhar Town, Kendujhar | Oct 9, 2025
ମହୁମାଛି ଆକ୍ରମଣ ରେ ଝିଅ ଗୁରୁତର ମା ଆହତ। ଘସିପୁରା ଥାନା ସମ୍ମୁଖରେ ଥିବା ବସ୍ତିରେ ଲକ୍ଷ୍ମଣ ଦାସ ଙ୍କ ଝିଅ ପୂର୍ଣ୍ଣିମା ଘର ନିକଟରେ ଗାଧୋଉଥିବା ସମୟରେ ତାଙ୍କୁ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ହୋଇ ଚିତ୍କାର କରୁଥିବା ବେଳେ ତାଙ୍କ ମା ତାଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିଲେ। ତେବେ ମହୁମାଛି ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପୂର୍ଣ୍ଣିମା କୁ ପରିବାର ଲୋକେ ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଆରମ୍ଭ ହୋଇଛିl