This browser does not support the video element.
ଚମ୍ପୁଆ: ଠାକୁରାଣୀ ଖଣିରୁ ଲୁହାପଥର ପରିବହନ ଆରମ୍ଭ ଦାବିରେ ବଡବିଲ ଏସଡିପିଓଙ୍କ ଦ୍ବାରସ୍ଥ ହେଲେ ଟ୍ରକ ମାଲିକ
Champua, Kendujhar | Sep 3, 2025
ଖଣିବିଭାଗ ଦ୍ଵାରା ଖଣିଜ ପଦାର୍ଥର ନିମ୍ନମାନକୁ ନେଇ କିଛି ଦିନ ପୂର୍ବେ ୨ଟି ଗାଡି ଜବତ ସହ ଠାକୁରାଣୀ ଖଣି ଆଗରେ କିଛି ଲୋକଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ଯୋଗୁ ଖଣିକାର୍ଯ୍ୟ ଠପ୍ ରହିବାରୁ ସ୍ଥାନୀୟ ଟ୍ରକ ମାଲିକ ମାନେ ପରିବହନ କାର୍ଯ୍ୟ ନ ପାଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆଜି ଟ୍ରକ ମାଲିକ ମାନେ ବଡବିଲ ଏସଡିପିଓଙ୍କ ସହ ସାକ୍ଷାତ କରି ଏହି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ।