Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣା ପଞ୍ଚାୟତ ରେ ଗ୍ରାମପଂଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି.

Kabisuryanagar, Ganjam | Aug 25, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣା ପଞ୍ଚାୟତରେ ଗ୍ରାମପଂଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠିତ ଶିବିରରେ ଛତ୍ରପୁର ଉପ ଜିଲ୍ଲାପାଳ,କବିସୂର୍ଯ୍ୟନଗର ବିଡ଼ିଓ, ତହସିଲଦାର,ଅତିରିକ୍ତ ବିଡ଼ିଓ,ଉପ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ,ମୋଟ ୧୦୩ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ୧୦ଟି ଗୋଷ୍ଠୀ ଭିତ୍ତିକ ଅଭିଯୋଗ ଥିବା ବେଳେ,ଭତ୍ତା ପାଇଁ ୧୫ଟି,ଖାଉଟି କାର୍ଡ ପାଇଁ ୧୮ଟି,ସ୍ୱାସ୍ଥ୍ୟ ଭିତ୍ତିକ ୧୭ଗୋଟି, ଏବଂ ରାଜସ୍ବ ସମ୍ବନ୍ଧୀୟ 32 ଟି ଥିବା ବେଳେ ଅନ୍ୟାନ୍ୟ ୧୧ଟି ଅଭିଯୋଗ ହୋଇଛି।
Read More News
T & CPrivacy PolicyContact Us