This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୟୁନିଟ 5 ବାସଭଵନରେ ନୂଆଁଖାଇ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Bhubaneswar M Corp, Khordha | Aug 28, 2025
ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ନୂଆଁଖାଇ ହେଉଛି ଆମର ମହାନ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ । ପରିବାରର ସଦଶ୍ଯ ଦେଶ ବିଦେଶ ଯେଉଁଠାରେ ଥିଲେ ମଧ୍ୟ ଏହି ଅବସରରେ ନିଜ ଘରକୁ ଫେରିଥାନ୍ତି । ପରିବାରର ସମସ୍ତେ ମିଳିମିଶି ଏକାଠି ନୂଆଁ ଖାଇଥାନ୍ତି । ମଣିଷ ମଧ୍ୟରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ସମ୍ମାନର ଆଦାନ ପ୍ରଦାନ ଏବଂ ଭାଇଚାରାକୁ ନେଇକରି ଆସିଥାଏ ଆମର ଏ ପର୍ବ ନୂଆଁଖାଇ । ଆମ ପରମ୍ପରାରେ ନୂଆଁଖାଇର ଯେତିକି ମହତ୍ତ୍ବ ନୂଆଁଖାଇ ଜୁହାର୍ ଭେଟ୍ ର ମଧ୍ୟ ସେତିକି ମହତ୍ତ୍ବ ରହିଛ