This browser does not support the video element.
ମୋରଡା: ପାରିଆକୁଲି ଗ୍ରାମରେ ବେକରେ ଫାଶୀଦେଇ ବୃଦ୍ଧ ଆତ୍ମହତ୍ୟା କରିବା ଘଟଣାରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କଲା ମୋରଡା ପୁଲିସ
Muruda, Mayurbhanj | Aug 26, 2025
ମୋରଡାଥାନା ଅଧୀନ ପାରିଆକୁଲି ଗ୍ରାମରେ ଜନୈକ ୭୦ବର୍ଷ ବୟସ୍କ ବୃଦ୍ଧଙ୍କ ମୃତଦେହ ଘରଭିତରୁ ଝୁଲନ୍ତା ଅବସ୍ଥାରେ ଜବତକରି ବ୍ୟବଚ୍ଛେଦ ପୂର୍ବକ ମଙ୍ଗଳବାର ଅପରାହ୍ନ ୪ଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ମୋରଡା ପୁଲିସ l ମୃତକ ଜଣକ ହେଉଛନ୍ତି ପାରିଆକୁଲି ଗ୍ରାମର ପିତାମ୍ବର ବେହେରା l କୈାଣସି କାରଣରୁ ମାନସିକ ସ୍ଥିତି ହରାଇ ପିତାମ୍ବର ଘରଭିତରେ ବେକରେ ଫାସୀଦେଇ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି l