This browser does not support the video element.
କିସିଣ୍ଡା: ପ୍ରବଳ ବର୍ଷା କାରଣରୁ ପୁଟୁକି ଆମ ଠାରେ କିସିଣ୍ଡା ସମ୍ବଲପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ
Kisinda, Sambalpur | Aug 23, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଠାରୁ ସମ୍ବଲପୁର ଯାଇଥିବା ରାସ୍ତା ର ପୁଟକି ଆମ ଠାରେ ଶନିବାର ସକାଳେ ଉପର ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ୪ ଫୁଟରୁ ଅଧିକ ପାଣି ଆସିଥିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାଇପାରି ନାହାନ୍ତି । ଗୋଟେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇ ନ ପାରି ଫେରି ଆସିଥିବା ଦେଖିବାକୁ ମିଳିଥିଲା ।