This browser does not support the video element.
ଲାଞ୍ଜିଗଡ: ଗୁଣପୁର ଠାରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଯୋଗୁଁ ବସୁଧା ପାନୀୟ ଜଳ ଯୋଗାଣ ଠପ୍, ଗ୍ରାମବାସୀଙ୍କ ପ୍ରତିକ୍ରିୟା
Lanjigarh, Kalahandi | Oct 9, 2025
ଦୀର୍ଘ ଏକ ମାସ ହେବ ଗୁଣପୁର ବସୁଧା ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ତେଣୁ ଗ୍ରାମବାସୀ ପାନୀୟ ଜଳ ସମସ୍ୟାରେ। ଗୋଟିଏ ମାତ୍ର ନଳକୂପ ଅଛି ଯାହା ୯୦ ପରିବାରଙ୍କ ଶୋଷ ମେଣ୍ଟାଇ ପାରୁ ନାହିଁ। ଏହାସହ ନଳକୂପ ପାଣିରୁ ଦିଆ ସହ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ବ୍ୟବହାର ଅନୁପଯୋଗୀ। ଏନେଇ ଗୁରୁବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ। କିନ୍ତୁ ଥୁଆମୁଳ ରାମପୁର ବିଦ୍ୟୁତ୍ ସେକ୍ସନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ଯୋଗାଯୋଗ ସମ୍ଭବ ହେଇନଥିଲା।