This browser does not support the video element.
କୋରାପୁଟ ସହର: ଜଳସ୍ତର ବଢୁଥିବାରୁ ମାଛକୁଣ୍ଡ ଡି ଡ୍ୟାମରୁ ତିନୋଟି ଗେଟ୍ ଖୋଲି ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ
Koraput Town, Koraput | Aug 28, 2025
ମାଛକୁଣ୍ଡ ଡି ଡ୍ୟାମ ରୁ ୩ ଟି ଗେଟ ୫ ଫୁଟ ଉଚ୍ଚତା ଖୋଲା ଯାଇ ୧୫ ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି l ଡି ଡ୍ୟାମ ର କ୍ଷମତା ୨୫୯୦ ରହିଥିବା ଵର୍ତମାନ ଜଳସ୍ଥର ୨୫୮୭ ଫୁଟ ରହିଛି l ଆଗକୁ ଯଦି ବର୍ଷା ହୁଏ ତେବେ ଆହୁରି ଗେଟ ଖୋଲାଯିବା ନେଇ ପ୍ରକଳ୍ପ ଅଧିକାରୀ ଆଜି ସଂନ୍ଧ୍ୟା ୫ଘଣ୍ଟା ସମୟରେ ସୂଚନା ଦେଇଛନ୍ତି l ଏବଂ ଡ୍ୟାମ ଗେଟ ଖୋଲିବାରୁ ଡୁଡୁମା ଜଳପ୍ରପାତ ରେ ଜଳ ସ୍ତର ବଢ଼ି ଉଗ୍ରରୂପ ଧାରଣ କରିଛି l ପର୍ଯ୍ୟଟକ ଙ୍କୁ ସଜାଗ ରହିବ ପାଇଁ ନିର୍ଦେଶ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ l