This browser does not support the video element.
ଦେବଗଡ: ଓଡିଶା ରାଜସ୍ୱ ଅମଲା ସଙ୍ଘର ଦାବି ପୂରଣ ନହେବା ଯାଏଁ ଜାରି ରହିବ କାର୍ଯ୍ୟବନ୍ଦ ଆନ୍ଦୋଳନ, ସ୍ଥାନୀୟ ଏକ ଘରୋଇ ହୋଟେଲରେ ସଙ୍ଘ ପକ୍ଷରୁ ସୂଚନା
Debagarh, Debagarh (Deogarh) | Aug 22, 2025
ରାଜସ୍ୱ ଅମଲା ସଙ୍ଘର ଦାବି ପୂରଣ ନହେବା ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ । ଦେବଗଡ ସହରର ଏକ ଘରୋଇ ହୋଟେଲରେ ଆଜି ଦିନ ପ୍ରାୟ ୧.୩୦ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ଯୁଗ୍ମ ସମ୍ପାଦକ ନିଳାମ୍ବର ଶତପଥି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଓଡିଶା ରାଜସ୍ୱ ଅମଲା ସଙ୍ଘର ଆହ୍ୱାନ କ୍ରମେ ଦେବଗଡ ଜିଲ୍ଲା ଅମଲା ସଙ୍ଘର ସମସ୍ତ ସଦସ୍ୟ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।