This browser does not support the video element.
କେନ୍ଦୁଝର ସହର: ୪୯ ନମ୍ବର ଜାତୀୟ ରାଜପଥ କାଂଜିପାଣି ଘାଟିରେ ମାଟି ଅତଡ଼ା ଖସି ଗୋଟିଏ ପଟ ରାସ୍ତା ବନ୍ଦ ହେବା ଘଟଣା ପରିଦର୍ଶନ କରିଛନ୍ତି ତହସିଲଦାର
Kendujhar Town, Kendujhar | Aug 24, 2025
କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ କାଂଜିପାଣି ଘାଟିରେ ମାଟି ଅତଡ଼ା ଖସି ଗୋଟିଏ ପଟ ରାସ୍ତା ବନ୍ଦ ହେବା ଘଟଣା । ସୁରୁଖୁରୁରେ ଯାନବାହାନ ଚଳାଚଳ ପାଇଁ ଅଧପ୍ଲାଟୁନ୍ ପୋଲିସ ସହ କାଞ୍ଜିପାଣି ଥାନା ଅଧିକାରୀ, ବାଂଶପାଳ ତହସିଲଦାର ନିଜେ ଉପସ୍ଥିତ ରହି ରାସ୍ତା ସଫା କରିବା କାମ ତଦାରଖ କରୁଛନ୍ତି । ଏହି କାମରେ ୨ଟି ଜେସିବି ମେସିନ୍ ସହ ୪ଟି ହାଇୱା ଗାଡ଼ି ନିୟୋଜିତ କରି ମାଟି ସଫା କାମ ଚାଲିଛି । ବର୍ଷା ହେବା ଫଳରେ କାମରେ ବାଧା ଉପୁଜୁଛି । ଯଦି ଆଗକୁ ବର୍ଷା ଲାଗି ରହେ, ତେବେ ପୁଣି ମାଟି ଅତଡା ଧସିବାର ସମ୍ଭାବନା ରହିଛି ।