This browser does not support the video element.
ବାରିପଦା ମ୍ୟୁନିସିପାଲଟି: ତୁଳସୀଚୌରା ଠାରେ କାର୍ଯ୍ୟ ସଂସ୍ଥାରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ
Baripada M, Mayurbhanj | May 18, 2024
କାର୍ଯ୍ୟ ସଂସ୍ଥାରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ନେଇ ଶନିବାର ଅଭିଯୋଗ ହୋଇଛି। ଏନେଇ ଜୈନିକା ମହିଳା କର୍ମଚାରୀ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛି। ସ୍ଥାନୀୟ ତୁଳସୀଚୌରା ସ୍ଥିତ ଆରବିଏଲ୍ ଅର୍ଥ ଲଗାଣକାରୀ ସଂସ୍ଥାରେ ଜନୈକା ମହିଳା ଜଣକ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ କର୍ମଚାରୀ ମାନେ ଜାତି ଉଠାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ଧମକ ଏବଂ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହ ଅସଦାଚରଣ କରିଥିଲେ। ଏନେଇ ସଂସ୍ଥାର ତିନି ଜଣଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି।