Download Now Banner

This browser does not support the video element.

କୋରାପୁଟ ସହର: ଦଶମନ୍ତପୁର ବ୍ଳକ ପଦୁ ଗୁଡାରେ ଗ୍ରାମରେ ସାପ କାମୁଡ଼ାରେ ଆହତ ହୋଇ ତିନି କିଲୋମିଟର ଭାରରେ ବୁହା ହେଲେ ରୋଗୀ

Koraput Town, Koraput | Sep 1, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ପୁଣିଥରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲୁଲା ପଞ୍ଚାୟତର ବହୁ ଚର୍ଚ୍ଚିତ ଗାଁ ପଦୁ ଗୁଡାରେ ସାପ କାମୁଡ଼ାରେ ଗୁରୁତର ଆହତ ଯୁବକ ତିନି କିଲୋମିଟର ଭାରରେ ବୁହା ହୋଇଛନ୍ତି। ଗ୍ରାମର ନବୀନ ସାଉଁନ୍ତା ଗ୍ରାମ ନିକଟରେ ଗୋରୁ ଚରାଉଥିବା ସମୟରେ ଡ଼ାହାଣ ହାତରେ ବିଷଧର ସାପ କାମୁଡି ଦେଇଥିଲା। ତୁରନ୍ତ ନବୀନ ଚିତ୍କାର କରିବାରୁ ସାଥିରେ ଥିବା ଗୋରୁ ଚରାଲି ପହଞ୍ଚି ଦେଖିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।  ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ଦୂର ଖଟିଆରେ ଭାର ବୋହି ଲୁଲ୍ଲା ଗାଁ ଛକ ଯାଏଁ ନେଇ ଥିଲେ।
Read More News
T & CPrivacy PolicyContact Us