This browser does not support the video element.
ଭୋଗରାଇ: ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ପାଣିରେ କୁସୁଡ଼ା ଗ୍ରାମର ଚାଷୀ ହନ୍ତସନ୍ତ, ସହାୟତା ପାଇଁ ଆକୁଳ ନିବେଦନ।
Bhograi, Balasore | Aug 28, 2025
କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । କିନ୍ତୁ ଗାଁରୁ ଛାଡିନି ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା ଜଳ । ବନ୍ୟା ପାଣି ସାମାନ୍ୟ କମିଥବା ବେଳେ ଚାଷର ଅବସ୍ଥା ଦେଖି ଚାଷୀକୁଳ ହତାଶ ହୋଇପଡିଛନ୍ତି । ତାରି ଭିତରେ ଭୋଗରାଇର କୁସୁଡ଼ା ,ଗବଗାଁ, ମନୁନଗର, କୁମ୍ଭୀରଗଡି, ଆରୁହାବୃତ୍ତି , କଚୁଆଡ଼ି ଆଦି ଗାଁର ଦୁର୍ଦ୍ଦଶା କଥା କହିଲେ ନସରେ । ଧାନ, ପନିପରିବା ,ଓ ଝୋଟ ଚାଷ ହେକ୍ଟର ହେକ୍ଟର ନଷ୍ଟ ହୋଇଥିବା ବେଳେ କେମିତି ଅଣ୍ଟା ସଳଖିବେ ଚାଷୀ ।